writerdrpanda
| Forum role | Member since | Last activity | Topics created | Replies created |
|---|---|---|---|---|
| Member | Aug 17, 2016 (10 years) |
- | 1 | 0 |
- Forum role
- Member
- Member since
Aug 17, 2016 (10 years)
- Last activity
- -
- Topics created
- 1
- Replies created
- 0
Bio
ବିଶିଷ୍ଟ ଆଧ୍ୟାତ୍ମିକ ସାହିତ୍ୟିକ, କବି ଓ ଲେଖକ ଇଂ ଦୀପ୍ତି ରଞ୍ଜନ ପଣ୍ଡା.. ପେଷାରେ ଜଣେ ଯନ୍ତ୍ରୀ ଆଉ ନିଶାରେ ସାହିତ୍ୟ ସାଧନା । ଜନ୍ମ କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ । ପଦାର୍ଥ-ବିଜ୍ଞାନ ସମ୍ମାନ ଓ ସିଭିଲି-ଇଞ୍ଜିନିୟରିଙ୍ଗରେ ସ୍ନାତକ ଏବଂ ଜଳ-ବିଜ୍ଞାନ ଓ ବାଣିଜ୍ୟ-ପ୍ରଶାସନରେ ସ୍ନାତକୋତ୍ତର ଶିକ୍ଷା ହାସଲ କରି ଓଡିଶା ସରକାରଙ୍କ ଜଳସଂପଦ ବିଭାଗରେ ଜଣେ ଯନ୍ତ୍ରୀ ଭାବେ ଅବସ୍ଥାପିତ । ତାଙ୍କର ପେଷା ଆଉ ନିଶା ହୁଏତ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ଵରେ ଅବସ୍ଥାନ କରୁଥାଇ ପାରନ୍ତି, କିନ୍ତୁ କେବେହେଲେ ନିଜ କର୍ମରେ ଅବହେଳା ହୋଇନାହିଁ କି ସାହିତ୍ୟ ସାଧନାର ନିଶାରୁ କେବେବି ବଞ୍ଚିତ ହୋଇନାହାଁନ୍ତି । ପିଲାଟି ଦିନରୁ ପିତା ମାତାଙ୍କର ଶିକ୍ଷା ଓ ସଂସ୍କାରର ସୀମା ଭିତରେ ଆବଦ୍ଧ ରହି ସାମୟିକ ଲେଖାଲେଖି କରିବାର ସଉକ ଆଜି ପର୍ଯ୍ୟନ୍ତ ତାଙ୍କ ସାଧନାର ପଥରୁ କେବେବି ବିଚ୍ୟୁତ ହୋଇନାହିଁ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ସୁସ୍ଥ ମାନସିକତାକୁ ନେଇ ସେ ତାଙ୍କର ସାଧନା ପଥରେ ଅଗ୍ରସର । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପରଂବ୍ରହ୍ମ ଶ୍ରୀସାଇନାଥଙ୍କ କୃପାଦୃଷ୍ଟିରୁ ସେଇ ପ୍ରଭୁଙ୍କ ଚରଣାରବିନ୍ଦରେ ସେ ଚିର ଆଶ୍ରିତ । ତାଙ୍କରି ଇଚ୍ଛା ଆଉ ଇସାରାରେ ତାଙ୍କ ଜୀବନର ଗତିପଥ ପ୍ରବାହିତ । ତାଙ୍କର ବଳିଷ୍ଠ ଆଧ୍ୟାତ୍ମିକ ସାହିତ୍ୟ ରଚନା ନିମନ୍ତେ ସେ ଅନେକ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି ।